ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ଦେବଗଡ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଆଜି ଦିନ ୪ ରୁ ସନ୍ଧ୍ୟା ପ୍ରାୟ ୬ ପର୍ଯ୍ୟନ୍ତ ଉକ୍ତ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଜିଲ୍ଲା ଆର୍ଥୀକ ସେବା ଓ ସ୍ୱଳ୍ପ ସଂଚୟ ଅଧିକାରୀ ଗୌତମ ବାଘଙ୍କ ତତ୍ୱାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲାପାଳ କବୀନ୍ଦ୍ର କୁମାର ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧିରଜ ଚୋପଦାର ଯୋଗଦେଇ ବକ୍ତଵ୍ୟ ପ୍ରଦାନ କରିଥିଲେ ।