ବଲାଙ୍ଗିର ଜିଲ୍ଲା ପୁଇଁତାଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମ ପଞ୍ଚାୟତରେ ଆଜି ଅପରହ୍ନ 2ଟା ସମୟରେ ଆର୍ଥିକ ସମାବେଶନକୁ ନେଇ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ମାଧ୍ୟମରେ ଭାରତ ଡାକ ବିଭାଗ ଓ ତାଙ୍କ ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ସଞ୍ଚୟ ଖାତା, ବୀମା, ପେନ୍ସନ୍, ସୁକନ୍ୟା ସମୃଦ୍ଧି ଯୋଜନା ସହ ବିଭିନ୍ନ ଡିଜିଟାଲ ସେବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଗ୍ରାମବାସୀମାନେ ଏହି ସୁଯୋଗକୁ ସ୍ୱାଗତ କରି ବିଶେଷ ଉତ୍ସାହ ପ୍ରକାଶ କରିଛନ୍ତି।