ଲଇକେରା: ନକ୍ସାପାଲିରେ ମାଆ ଓ ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଗିରଫ
ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଳିରେ ଜଣେ ବ୍ୟକ୍ତି ନିଜ ମା ଓ ପତ୍ନୀ ଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ପତ୍ନୀ ଚନ୍ଦ୍ରିକା ବେହେରା ଙ୍କ ଅଭିଯୋଗ ପରେ ଶୁକ୍ରବାର ସକାଳ ୬ଟା ୩୦ ସମୟରେ ଅଭିଯୁକ୍ତ ସ୍ବାମୀ ସୁବାସୀଷ ବେହେରା ଙ୍କୁ ଗିରଫ କରାଯାଇଥିବା ନେଇ ଲଇକେରା ପୋଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସ୍ୱାମୀ ଅନେକ ସମୟରେ ଘରର ବାସନ ଓ ଆସବାବପତ୍ର ବିକ୍ରି କରି ମଦ୍ୟପାନ କରନ୍ତି ଏବଂ ଏହାକୁ ନେଇ ଘରେ ବାରମ୍ବାର ଝଗଡା କରିବା ସହ ମାଡ଼ପିଟ କରିଥାନ୍ତି।