ବାମରା ସ୍ଥିତ ଗୋବିନ୍ଦପୁର ଖେଳପଡିଆ ଠାରେ ଚାଲିଥିବା ପଞ୍ଚଦିବସୀୟ ଟି ଟେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଗୋବିନ୍ଦପୁର କ୍ରିକେଟ କ୍ଳବ୍ ପକ୍ଷରୁ ଗତ ପାଞ୍ଚ ଦିନ ଧରି ଚାଲିଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ଏହାର ଫାଇନାଲ ମ୍ୟାଚରେ ବଳଦମାଲ ଦଳକୁ ପରାସ୍ତ କରି ଲୋଇକେରା ଦଳ ବିଜେତା ହୋଇ ଥିଲା। ମଙ୍ଗଳବାର ସନ୍ଧ୍ୟା ୬ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ।