ବରଗଡ଼ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଅଗ୍ରଗାମୀ ଯୁବକ ସଂଘ ଠାର ନ୍ୟାସନାଲ ଆୱେରନେସ କ୍ୟାମ୍ପନିଙ୍ଗ ଅଫ ଅନକ୍ଳେମ୍ଡ଼ ଏସଏଡ୍ସ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗଦାନ କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ ବରଗଡ଼ର ଚିପ ମ୍ୟାନେଜର ଓ ଅଧିକାରୀ ମଞ୍ଚାସୀନ ରହି ଜନସାଧାରଣଙ୍କୁ ସଚେତନ କରିଥିଲେ | ଆର୍ଥିକ କ୍ଷେତ୍ରରେ ଦାବି କରାଯାଇ ନ ଥିବା ସମ୍ପତ୍ତିର ଦକ୍ଷ ଏବଂ ଶୀଘ୍ର ବିନିଯୋଗକୁ ସହଜ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।