ସଇଁତଳା ନୁତନ ବସ ଷ୍ଟାଣ୍ଡ ଫଳକ ଭାଙ୍ଗିବା ନେଇ ସରପଞ୍ଚକୁ ବାନ୍ଧିଲା ପୋଲିସ... ସମର୍ଥକଙ୍କ ଥାନା ଘେରାଓ ବାଲାଙ୍ଗୀର ଜିଲ୍ଲା ସଇଁତଲା ରେ ସରକାର ନୂତନ ଅଟଳ ବସ ଷ୍ଟାଣ୍ଡ ଉଘାଟନ କରି ଥିବା ବେଳେ ଫଳକ ରେ ସ୍ଥାନୀୟ ବ୍ଲକ ଅଧକ୍ଷ ଙ୍କ ନାମ ନ ଥିବା ରୁ କିଛି ସମର୍ଥକ ମାନେ ଫଳକ କୁ ଭାଙ୍ଗି ଦେଇ ଥିଲେ ! ଘଟଣା ରେ ପୋଲିସ ତଦନ୍ତ କରି ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଙ୍କୁ ଥାନା ରେ ଅଟକ ରଖି ଥିବା ବେଳେ ପରବର୍ତୀ ସମୟ ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ! ଯାହାକୁ ନେଇ ଏହାକୁ ପୋଲିସ ଓ ପ୍ରଶାସନ ର ମନମୁଖୀ ଏକଛାତ୍ରବାଦ କହି ସମର୍ଥକ ସରପଞ୍ଚ ସଂଘ, ସମିତିସଭ୍ୟ