କୋଟପାଡ: ଉଦଳଗୁଡ଼ା ଠାରେ ପାଳିତ ହୋଇଛି ପାରମ୍ପରିକ ଦଶହରା ପର୍ବ, ଯୋଗ ଦେଲେ ବିଧାୟକ ଏବଂ ଜିଲ୍ଲାପରିଷଦ ଉପାଧକ୍ଷ
କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ସ୍ଥିତ ଉଦଳଗୁଡ଼ା ଠାରେ ପାଳିତ ହୋଇଛି ପାରମ୍ପରିକ ଦଶହରା ପର୍ବ l ଏହି ଉତ୍ସବ ରେ ଆଜି ସନ୍ଧ୍ୟା ସାତୋଟା ସମୟରେ ଅତିଥିଭାବେ ସ୍ଥାନୀୟ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ଜିଲ୍ଲା ପରିଷଦ ଉପାଧକ୍ଷ ରାଧାବିନୋଦ ସାମନ୍ତରାୟ ଯୋଗ ଦେଇଥିଲେ l ସ୍ଥାନୀୟ ପାରମ୍ପରିକ ବିଧି ପ୍ରକାରେ ଗାଁ ଠାକୁରାଣୀଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ମାତା ଦୁର୍ଗାଙ୍କୁ ପଟୁଆର ଦ୍ଵାରା ଗାଁ ର ଶେଷ ମୁଣ୍ଡରେ ଥିବା ପୀଠକୁ ନିଆଯାଇଥିଲା l ଦେବୀପୀଠରେ ପୂଜାର୍ଚ୍ଚନା କରି ପୁଣି ଥରେ ଦେବୀ ପିଠରୁ ପଟୁଆର ମାଧ୍ୟମରେ ଗାଁ ପରିକ୍ରମା ସାରି ନିଜ ସ୍ଥାନକୁ ଫେରିଛନ୍ତି ଠାକୁର l