ଡାବୁଗାଁ: ପାପଡାହାଣ୍ଡିରେ ଗାଡିକୁ ଧକ୍କା ହୋଇ ଵ୍ୟକ୍ତି ଗୁରୁତର
ପାପଡାହାଣ୍ଡି ସଦର କୋଡ଼ିଙ୍ଗା ରାସ୍ତାରେ ଗାଡିକୁ ଧକ୍କା ହୋଇ ଆଜି ଜଣେ ଵ୍ୟକ୍ତି ଗୁରୁତର ହୋଇଛି | ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ |ତାଙ୍କର ମୁଣ୍ଡ ଫାଟିଛି | କୋଡ଼ିଙ୍ଗା ରାସ୍ତାରେ ଗାଡି ଆସୁଥିବା ବେଳେ ଵ୍ୟକ୍ତି ଜଣକ ଧକ୍କା ହୋଇଥିଲେ | ତାଙ୍କର ପରିଚୟ ମିଳି ନାହିଁ | ଵର୍ତମାନ ତାଙ୍କର ଚିକିତ୍ସା ଯାରି ରହିଛି |