ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁର ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନ ସ୍ଥିତ ଆଇସିୟୁ ରେ ଚିକିତ୍ସାଧୀନ ତିନି ମାସର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଚିକିତ୍ସାଳୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି।ମୃତ ଶିଶୁ ହେଲେ ଜଳେଶ୍ଵର ଥାନା ଜମାଳପୁର ଅଞ୍ଚଳର ଶମ୍ଭୁନାଥ ରାଉଳ ଙ୍କ ତିନିମାସର ଶିଶୁ ପୁତ୍ର ଅଭିଜିତ ରାଉଳ।ଗତକାଲି ଅଭିଜିତ ର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ଭବନ ଆଇସିୟୁ ରେ ଭର୍ତ୍ତି କରାଇଥିଲେ।