ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅଂଚଳରେ ଗତ ସପ୍ତାହ ଶନିବାର ଦିନ ବାଇକ ରେ ଦୁଇଜଣ ଯାଉଥିବା ସମୟରେ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାରେ ବାଇକ ଚଳାଉଥିବା ସମ୍ପୃକ୍ତ ଯୁବକକୁ ଆଜି ସକାଳ ସାଢେ ଏଗାରଟା ସମୟରେ ଲଖନପୁର ପୋଲିସ ତରଫରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ତେବେ ବାଇକରେ ଯାଉଥିବା ବେଲେ ଲଖନପୁର ଥାନା ଅଂଚଳରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏବଂ ଦୁର୍ଘଟଣାରେ ମହିଳା ଜଣକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ଆଜି ଲଖନପୁର ପୋଲିସ ତରଫରୁ ଗିରଫ କରାଯାଇ