ଝାରସୁଗୁଡା: ସୋସିଆଲ ମିଡିଆରେ ଘୁରିବୁଲୁଥିବା ଫୋଟୋର ମୃତ ବ୍ୟକ୍ତିଜଣକ କିଏ ? ରେଙ୍ଗାଲିଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା
ବିଭିନ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଫୋଟୋର ମୃତ ବ୍ୟକ୍ତି ଜଣକ କିଏ? ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏହା ରେଙ୍ଗାଲି ଥାନା ଅଞ୍ଚଳର ହୋଇଥିବା ଏବଂ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଜୋରସୋର ଚର୍ଚ୍ଚା ଜାରୀରହିଥିବା ବେଳେ ନା ବନ ବିଭାଗ କିମ୍ବା ସ୍ଥାନୀୟ ପୋଲିସ ତରଫରୁ ଏହି ଘଟଣାକୁ ସ୍ୱଷ୍ଟ କରାଯାଇଛି। ଏପରିକି ବନବିଭାଗ ଏବଂ ପୋଲିସ ପକ୍ଷରୁ ଏହାକୁ ନେଇ ଟିକିନିଖି ଯାଞ୍ଚ କରାଯାଉଥିବା ବେଳେ ସ୍ୱଷ୍ଟ ସୂଚନା ନଥିବା ନେଇ କହୁଥିବା ବେଳେ ଆଜି ଦିନ ବେଲା ହାତୀ ଆକ୍ରମଣରେ ଜଣକ ମୃତ୍ୟୁ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ସହିତ ଆଜି ସନ୍ଧ୍ୟା ଛଅ