କେନ୍ଦୁଝର ସହର: ସିଲିସୁଆଁ ଠାରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ସମ୍ମିଳନୀରେ ଯୋଗଦେଲେ ସଦର ବିଧାୟକ
କେନ୍ଦୁଝର ଜିଲ୍ଲା ସିଲିସୁଆଁ ଠାରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ସମ୍ମିଳନୀଟି ଆଜି ଦିବା ପ୍ରାୟ ୧ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା ବେଳେ ସଦର ବିଧାୟକ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଜିଲ୍ଲା, ରାଜ୍ୟ ସହ ଆନ୍ତର୍ଜାତୀୟ ସ୍ତରୀୟ ପଦାଧିକାରୀ କାର୍ଯ୍ୟକର୍ତ୍ତାମାନଙ୍କ ସହ ହଜାର ହଜାର ସାନ୍ତାଳୀ ସମ୍ପ୍ରଦାୟର ଲୋକେ ସାମିଲ ହୋଇ ନିଜର ନ୍ୟାୟିକ ସୁବିଧା-ଅସୁବିଧା ବାବଦରେ ଆଲୋଚନା ସହ ନିଜ ଭାଷା ଓ ପରିଚୟ କିପରି ସର୍ବଭାରତୀୟ ସ୍ତରରେ ବଜାୟ ରହିବ ସେନେଇ ବିଶେଷ ଆଲୋଚନା କରାଯାଇଥିଲା ।