ଗୋବିନ୍ଦପୁର: ବାମରା ପଞ୍ଜାବୀ ଛକ ର ଜଣକ ଘରୁ ବିଶାଳକାୟ ନାଗ ସାପ ଉଦ୍ଧାର
ବାମରା ସ୍ଥିତ ପଞ୍ଜାବୀ ଛକ ର ଜଣକ ଘରୁ ଏକ ବିଶାଳକାୟ ନାଗ ସାପ ଉଦ୍ଧାର ହୋଇଥିବା ବେଳେ ଉଦ୍ଧାର ନାଗ ସାପୋକୁ ସୁରକ୍ଷିତ ଜଙ୍ଗଲ ରେ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୮ ଟା ସମୟରେ ପଞ୍ଜାବୀ ଛକ ନିବାସୀ ଶିକ୍ଷକ ମନୋଜ ପ୍ରସାଦ ଙ୍କ ଘରେ ଏକ ବିଶାଳକାୟ ନାଗ ସାପ ପଶି ଯାଇଥିବା ବେଳେ ସେମାନେ ଏନେଇ ସର୍ପ ମିତ୍ର ଭୀଷ୍ମ ସେଠ୍ ଙ୍କୁ ସୂଚନା ଦେଇଥିଲେ। ଭୀଷ୍ମ ଉକ୍ତ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡ଼ି ଥିବା ଜଣାପଡିଛି।