ଲକ୍ଷ୍ମୀପୁର: ଦଶମନ୍ତପୁର ସବ ଷ୍ଟେସନ୍ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ଦଶମନ୍ତପୁର ୩୩ କେଭି ସବ ଷ୍ଟେସନ୍ ଠାରେ ବାଇକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଥିବା ରାତି ୯.୩୦ଟା ସମୟରେ ଜଣାପଡିଛି। ଆହତ ଯୁବକ ଜଣକ ବଦଳି କୁଡମା ଗ୍ରାମର ବାବୁଲା ନାୟକ (୨୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଆଜି ରାତିରେ ନିଜ ଘରକୁ ଫେରୁଥିବା ସମୟରେ ୩୩କେଭି ସବଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଖସି ପଡ଼ିଥିଲେ। ସ୍ଥାନୀୟ ଯୁବକମାନେ ତୁରନ୍ତ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା।