ବରଗଡ ସଦର: ଗୁରୁଦ୍ବାରା ଛକ ଠାରେ ସହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଅନୁଷ୍ଠିତ
ସୋମବାର ଦିବା 11 ଘଣ୍ଟା ସମୟରେ ବରଗଡ଼ର ସ୍ଥାନୀୟ ଗୁରୁଦ୍ୱାରା ଛକ ଠାରେ ସହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ ନଡ଼ିଆ ଭାଙ୍ଗି ଓ ରାଜ ମିସ୍ତ୍ରୀଙ୍କୁ ଉପଢୌକନ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମହାସଂଘର ସାଧାରଣ ସମ୍ପାଦକ ସାରଥୀ ମେହେର,ବାଲ୍ମିକୀ ଷଡ଼ଙ୍ଗୀ,ଗୋପୀନାଥ ସାହୁ, ଅମୀୟ ଦାଶ,ଗୁରୁଦ୍ୱାରା କମିଟିର ସଭାପତି ସୁଖୱନ୍ତ ସିଂ ତଥା କମିଟିର ଅନ୍ୟାନ୍ୟ ବରିଷ୍ଟ ସଦସ୍ୟ ଓ ସ୍ଥାନୀୟ ନାଗରିକ ମାନେ ଉପସ୍ଥିତ ଥିଲେ ।