କୋଟପାଡ: ବୈପାରୀଗୁଡା ଠାରେ ବିଭିନ୍ନ ସମସ୍ୟା କୁ ନେଇ ବିଜେପି କର୍ମୀ ଙ୍କ ସହ ଆଲୋଚନା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l
ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ନେଇ ବିଜେପି କର୍ମୀ ଙ୍କ ସହ ଆଲୋଚନା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ଶୁକ୍ରବାର ମଧ୍ୟହ୍ନ ବାରଟା ସମୟରେ ବୈପାରୀଗୁଡା ସ୍ଥିତ ଡାକ ବଙ୍ଗଳା ଠାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ ବୈଠକରେ ଯୋଗ ଦେଇଥିଲେ l ଏହି ବୋୖଠକ ରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ସହ ବ୍ଲକର ଏବଂ ଅଂଚଳ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ଏଥିସହ ଯୋଗ୍ୟ ହିତାଧିକାରୀnଙ୍କ ନିକଟରେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ପହଁଚୁଛି କି ନାହିଁ ତାହାର ତଦରକ କରିବା ପାଇଁ ନିର୍ଦେଶ ଦେଲେ l