ଝାରସୁଗୁଡ଼ା ବନଖଣ୍ଡ ବାଗଡ଼ିହି ବନାଞ୍ଚଳ ତରଫରୁ ବାଗଡ଼ିହି କାର୍ଯ୍ୟାଳୟଠାରେ ଗଜସାଥୀଙ୍କ ଏକ ଦିବସିୟ ଦକ୍ଷତାବୃଦ୍ଧି ତାଲିମ ଶିବିର ବାଗଡ଼ିହି ବନାଞ୍ଚଳ ଅଧିକାରୀ ସୁଶ୍ରୀ ବନ୍ଦନା ପସାୟତଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ବାରଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରହଲ୍ଲାଦ ନାଏକ ଯୋଗ ଦେଇଥିଲେ। ବାଗଡ଼ିହି ବନାଞ୍ଚଳ ରେ ପ୍ରାୟତଃ ସମୟରେ ହାତୀ ବସବାସ କରୁଥିବା ବେଳେ ହାତୀଙ୍କ ସୁରକ୍ଷା ସହ ଧନଜୀବନ ସୁରକ୍ଷା ପାଇଁ ଗଜସାଥୀଙ୍କ କର୍ତ୍ତବ୍ୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା।