ବୌଦ୍ଧ ସଦର: କରଞ୍ଜକଟା ଗ୍ରାମ ପଞ୍ଚାୟତରେ VB G RAM G ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ଆଜି ମଧ୍ୟାନ୍ହ ପାଖାପାଖି ୧୨ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିକଟରେ ଭାରତ ସରକାରଙ୍କ ନୁତନ ଯୋଜନା ବିକଶିତ ଭାରତ ଜି ରାମ ଜି ପାଇଁ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି.. ଏଥିରେ ମୁଖ୍ୟ ଅତିଥି ଭାବେ କରଞ୍ଜକଟା ଗ୍ରା ପ ସରପଞ୍ଚ ଶ୍ରୀଯୁକ୍ତ ନିହାରରଞ୍ଜନ ଘୋଷ,,ସମ୍ମାନିତ ଅତିଥି ଭାବେ ତୁକୁଲୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାମଦେବ ଦାଶ,,ସମସ୍ତ ୱାର୍ଡ ସଭ୍ୟ ସଭ୍ୟା,,ପଞ୍ଚାୟତ ଅନ୍ତର୍ଗତ ସମସ୍ତ SHG ମହାସଂଘର ସଭ୍ୟାମାନଙ୍କ ଯୋଗ ଦେଇ ଥିଲେ l