ଆସନ୍ତା ବାତ୍ୟା “ମୋନ୍ଥା”ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ ଶନିବାର ସନ୍ଧ୍ୟା ୭ଟାରେ ଜିଲ୍ଲାପାଳଙ୍କ ଓସ୍ଵାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରର ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଓ ହେଡ କ୍ୱାର୍ଟର ଲିଭ୍ ବାତିଲ କରାଯାଇଛି।ଏଥି ସହ ସମସ୍ତ ଅଧିକାରୀ ଓ ବିଭାଗ କୁ ସତର୍କ ରହିବା ପାଇଁ କହିଥିଲେ।