ବାମରା ବାଳିକା ଉଚ୍ଚ ବିଦ୍ୟାଳୟ ଆଦିବାସୀ ଛାତ୍ରୀ ନିବାସ ରୁ ରବିବାର ଅପରାହ୍ନ ପ୍ରାୟ ୪ ଟାରେ ନବମ ଶ୍ରେଣୀର ୨ ଜଣ ଓ ଦଶମ ଶ୍ରେଣୀ ର ଜଣେ ଛାତ୍ରୀ କାହାରିକୁ କିଛି ନ ଜାଣଇ ହଷ୍ଟେଲ ରୁ ଚାଲି ଯାଇଥିବା ଅଭିଯୋଗ ରହିଛି। ନିଖୋଜ ଯୁବତୀଙ୍କ ମଧ୍ୟରେ ଜଣେ ବାମରା ସ୍ଥିତ ଖୋଖୋପଡ଼ା ର ଜଣେ, କୁଚିଣ୍ଡା ବ୍ଲକ ସାତକମା ଗ୍ରାମର ଜଣେ ଓ ଖୁନ୍ତାମାଲ ଗ୍ରାମର ଜଣେ ରହିଥିବା ସୂଚନା ରହିଛି। ଏନେଇ ହଷ୍ଟେଲ ୱାଡେନଙ୍କ ଠାରୁ ସୂଚନା ପାଇ ନିଖୋଜ ଛାତ୍ରୀଙ୍କ ଅଭିଭାବକ ମାନେ ଗୋବିନ୍ଦପୁର ଥାନା କୁ ଆସି ପହଁଚିଥିଲେ।