ଗୋବିନ୍ଦପୁର: ଭଉଣୀଙ୍କ ସହ ଝଗଡ଼ା ହେବାରୁ ସାଙ୍କୋବାହାଲ୍ ଠାରେ ଜଣେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ସାଙ୍କୋବାହାଲ୍ ଗ୍ରାମର ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶନିବାର ଦିନ ସାଙ୍କୋବାହାଲ୍ ଗ୍ରାମର ଜଣେ ଯୁବତୀଙ୍କ ତାଙ୍କ ଭଉଣୀ ଙ୍କ ସହ ଝଗଡା ହେବାରୁ ସେ ଘରେ ଥିବା ଲଟାମରା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିବା ସୂଚନା ରହିଛି।