ବାସୁଦେବପୁର: ବାସୁଦେବପୁର ବିଜେଡି କାର୍ଯ୍ୟାଳୟରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ବାସୁଦେବପୁର ବିଜେଡି କାର୍ଯ୍ୟାଳୟ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ । ବିଶେଷ କରି ନୂଆଗାଁ ପଞ୍ଚାୟତରୁ ଅନ୍ୟ ଦଳରୁ କର୍ମୀ ଓ ସମର୍ଥକମାନେ ଦଳ ପରିତ୍ୟାଗ କରି ବିଜେଡି ଦଳରେ ବିଧିବଢ଼ ଭାବେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବ ଶନିବାର ରାତି 9ଘଟିକାରେ ବିଜେଡି କାର୍ଯ୍ୟାଳୟ ପରିସରରେ ହେଇଥିଲା । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସେମାନେ ମିଶିଥିଲେ । 50ରୁ ଉର୍ଦ୍ଧ୍ବ କର୍ମୀ ମାନେ ଏହି ମିଶ୍ରଣ ପର୍ବରେ ବିଜେଡିର ମିଶିଥିବା ଜଣାପଡିଛି ।