କୋରେଇ: ଯାଜପୁରର ଟାଉନ କୁସୁମା ନିକଟରେ ଥିବା ଇନ ଡୋର ଷ୍ଟାଡିୟମରେ ଯୁବୋତ୍ସବ ପାଳିତ
Korai, Jajpur | Nov 28, 2025 ଯାଜପୁରର ଟାଉନ କୁସୁମା ନିକଟରେ ଥିବା ଇନ ଡୋର ଷ୍ଟାଡିୟମରେ ଯୁବୋତ୍ସବ ପାଳିତ ହୋଇଯାଇଛି । ଯାଜପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ଜିଲ୍ଲା ଖେଳ ଅଧିକାରୀ ଫକୀର ମୋହନ ଟୁଡୁ ସଭା ପରିଚାଳନା କରିଥିଲେ । ଏହି ଯୁବୋତ୍ସବରେ 14 ବୟସରୁ 29 ବୟସ ପର୍ଯ୍ୟନ୍ତ ଯୁବକ ଯୁବତୀ ଭାଗ ନେଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ର ଛାତ୍ରୀ ମାନେ ଚିତ୍ରଆଙ୍କନ ପ୍ରତିଯୋଗିତା , ନାଚ, ଫୋକ ଡ୍ୟାନ୍ସ, ସଂଗୀତ ପ୍ରତିଯୋଗିତା ପ୍ରଭୁତି ରେ ଅଂଶଗ୍ରହଣ କରିଥିଲେ ।