ବାମରା କେନ୍ଦ୍ର ସରକାରଙ୍କ ନର୍ଦେଶ କ୍ରମେ ସାରା ଦେଶରେ ସୁଶାସନ ସପ୍ତାହ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଶନିବାର ଦିନ ବାମରା ବ୍ଲକ କାର୍ଯ୍ୟଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ଜନ ଅଭିଯୋଗ ଶୁଣାଣି ଶିରିର ଅନୁଷ୍ଠିତ ହୋଇ ଥିଲା। ମାତ୍ର ପ୍ରଚାର ପ୍ରସାର ଅଭାବ ରୁ ଲୋକ ନ ଆସିବାରୁ ସଚେତନତା କାର୍ଯ୍ୟକ୍ରମ ସମ୍ପୂର୍ଣ ବିଫଳ ହୋଇଛି। ଏନେଇ ଗୋବିନ୍ଦପୁର ର ସଚେତନ ନାଗରିକ ପ୍ରଫୁଲ୍ଲ ନାଏକ ବ୍ଲକ ଅଫିସ ରେ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ର ବେପରୁଆ ମନୋଭାବ ଯୋଗୁଁ ଲୋକେ ସରକାରୀ ସଚେତନତା କାର୍ଯ୍ୟକ୍ରମ ଓ ଜନଶୁଣାଣୀ ରେ ଯୋଗ ଦେବାରୁ ବଞ୍ଚିତ ହୋଇଥିବା ସେ କହିଛନ୍ତି।