ତିର୍ତ୍ତୋଲ: ଉତ୍ତରଶାସନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ; ଯୋଗଦେଲେ ବିଧାୟକ
ବିରିଡି ବ୍ଲକ ଉତ୍ତରଶାସନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ଯୋଗଦେଲେ ବିଧାୟକ । ଅନୁଷ୍ଠିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିରିଡି ବ୍ଲକ ବିଡିଓ ଡକ୍ଟର ବେବିତା ମଞ୍ଜରୀ ନାୟକ ଉପସ୍ଥିତ ରହି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦ୍ୱାରା ହେଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣମାନଙ୍କୁ ସଚେତନ କରାଇଛନ୍ତି ।