ବଲାଙ୍ଗୀର କୌଶଳ କଳା ମଣ୍ଡପ ଠାରେ ଆୟୋଜିତ ହୋଇଥିବା ଲୋକ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ। ଲୋକ କଳା, ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇ ବିଧାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଯୁବ ପିଢ଼ି ନିଜ ମାଟିର କଳା ସହ ଜୁଡ଼ିବାର ସୁଯୋଗ ପାଉଥିବା କଥା ସେ କହିଥିଲେ। ଲୋକ ଉତ୍ସବରେ ବହୁ କଳାକାର ଓ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।