ଦିନକୁ ଦିନ ଅସହ୍ୟ ହୋଇ ପଡୁଛି ଶୀତର ପ୍ରକୋପ। ଯାଡରେ ଥରୁଛି ସାରା ଓଡ଼ିଶା। ସନ୍ଧ୍ୟା ପରେ ପରେ ଘରୁ ପଦାକୁ ବାହାରିବା ମୁଶକିଲ ହୋଇ ପଡୁଛି। ଆଉ ଏତିକି ବେଳେ ଶୀତ କାକରରେ ବ୍ରହ୍ମପୁର ସହରର ରାସ୍ତା କଡ଼ରେ ଶୋଇଛନ୍ତି ଲୋକେ। ରେଳୱେ ଷ୍ଟେସନ, ନିରାମୟ କେନ୍ଦ୍ର, ସହରର ବିଭିନ୍ନ ଫୁଟପାଥ ରାସ୍ତା ଗରିବ ନିରାଶ୍ରୟ ମାନଙ୍କ ପାଇଁ ପାଲଟିଛି ଶୟନ କକ୍ଷ।ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ଯଥାଶୀଘ୍ର ରାତ୍ରୀକାଳୀନ ଥଇଥାନ ନିମନ୍ତେ ବ୍ୟବସ୍ଥା କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି।ସୋମବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ଅରୁଣ କୁମାର ସ୍ବାଇଁ।