ସିମୁଳିଆ: ଗରସଙ୍ଗ ଠାରେ ବିଜେଡି ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି
ବିଜେଡି ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଖଇରା ବ୍ଲକ ଗରସଙ୍ଗ ଠାରେ ବିଜେଡି ର ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖଇରା ବ୍ଲକ ର 37 ଗୋଟି ପଂଚାୟତ ର ବିଜେଡି ନେତୃ ମଣ୍ଡଳୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ l ନୀଳଗିରି ର ପୂର୍ବତନ ବିଧାୟକ ଶୁକାନ୍ତ ନାୟକ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ l ଏହି କାର୍ଯ୍ୟକ୍ରମ ଆଜି ଶୁକ୍ରବାର ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l