ପୁରୀ ମ୍ୟୁନିସିପାଲଟି: ପୁରୀ ମେଡିକାଲରେ ଜଣେ ଡାକ୍ତର ଲେଖିଲେ ଏହି ମେଡ଼ିସିନ ଖାଅ ଆଉ ଜଣେ ଡାକ୍ତର କହିଲେ ୟାକୁ ଖାଅନି ଅଭିଯୋଗ କଲେ ରୋଗୀ l
Puri M, Puri | Oct 9, 2025 ପୁରୀ ଜିଲାମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରୋଗୀଙ୍କୁ ଯନ୍ତ୍ରଣା ହେବାରେ ଜଣେ ଡାକ୍ତର ଲେଖୁଥିବା ଔଷଧକୁ ଅନ୍ୟ ଜଣେ ଡାକ୍ତର ସେବନ କରିବାକୁ ମନା କରିଥିବା ଖୋଦ ରୋଗୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ରୋଗୀଙ୍କ ମନରେ ପ୍ରଥମ ଡାକ୍ତର ଜଣକ ଭୁଲ ଔଷଧ ଦେଇଥିବା ସନ୍ଦେହ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ବ୍ରହ୍ମଗିରି ଥାନା ଧରଣୀକୁଦୀ ଗ୍ରାମର କାଳୁଚରଣ ଜେନା(୪୦) ମଙ୍ଗଳବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ।