ଆଜି ଶନିବାର 8 ଟା ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ପତ୍ରାଗୁଡା ଗ୍ରାମରେ ହାତୀ ଆତଙ୍କ ଦେଖିବା କୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ହାତୀ ଗୋଟିଏ ଘରକୁ ଧକ୍କା ଦେଇଛି। ହେଲେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ରହିଛି।ବର୍ତ୍ତମାନ ଗାଁ ରେ ହାତୀର କୋକୁଆ ଭୟ ଲାଗି ରହିଛି। ଘଟଣା ସ୍ଥଳରେ ପାଇକମାଲ ବନ ବିଭାଗ ପହଂଚି ହାତୀ ଭାଙ୍ଗି ଥିବା ଘରକୁ ଦେଖିବା ସହ, ହାତୀ ର ଗତି ବିଧି ଉପରେ ନଜର ରଖିଛି। ଓ ଲୋକଙ୍କୁ ରାତିରେ ବାହାର କୁ ନ ବାହାରିବାକୁ ଅନୁରୋଧ କରିଛି।