ଜୟପୁର: ଅଟୋ ଚାଳନାକୁ ନେଇ ଦୁଇ ଯୁବକଙ୍କ ମଧ୍ୟ ରେ ପାଟିତୁଣ୍ଡ ଏବଂ ଯୁବକଙ୍କ ଆକ୍ରମଣ ମାମଲା ଵାର୍ଲା ହାଣ୍ଡି ରୁ ଅଭିଯୁକ୍ତ କୁ ଗିରଫ କଲା ସଦର ପୋଲିସ
ଜୟପୁର ସଦରଥାନା ବାର୍ଲାହାଣ୍ଡି ଗ୍ରାମ ଠାରେ ଅଟୋ ଚାଳନାକୁ ନେଇ ଦୁଇ ଯୁବକଙ୍କ ମଧ୍ୟ ପ୍ରଥମେ ପାଟିତୁଣ୍ଡ ଏବଂ ଯୁବକଙ୍କ ଆକ୍ରମଣ ଓ ଠେଙ୍ଗା ମାଡରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ଏହି ମାମଲାରେ ଆକ୍ରମଣକାରୀ ଯୁବକ ବାର୍ଲାହାଣ୍ଡି ଗ୍ରାମର କିଶ୍ବର ହରିଜନ ଓରଫ ଇଶ୍ବରଙ୍କୁ ଗିରଫ କରାଯାଇ ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରାଯାଇଛି ।ଆକ୍ରମଣ ହୋଇଥିବା ନେଇ ସଦରଥାନା ଅଭିଯୋଗ ହୋଇ ଥିଲା ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନଦେଇଛନ୍ତି l