ବଲାଙ୍ଗୀର: ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଅଧାପାନ୍ତରିଆ ରହିଯାଇଥିବାକୁ ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା
ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଅଧାପାନ୍ତରିଆ ପଡ଼ି ରହିଥିବା ନେଇ ଗୁରୁତର ଚିନ୍ତା ଜଣାଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ। କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି– ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ସେହି ପ୍ରକଳ୍ପମାନେ ବର୍ଷକାଳ ଧରି ଅଧାରେ ବନ୍ଦ ହେଇ ରହିଥିବାରୁ ସାଧାରଣ ଲୋକ ଅସୁବିଧାରେ ପଡ଼ୁଛନ୍ତି। ସାହୁ କହିଛନ୍ତି, “ବିକାଶର ନାମରେ ବହୁତ ପ୍ରକଳ୍ପ ଆରମ୍ଭ ହେଲା, କିନ୍ତୁ ତାହାର କାମ ଆଗକୁ ବଢ଼ିନଥିବାରୁ ଜନତା ଆଶାଭଙ୍ଗର ସମ୍ମୁଖୀନ ହେଉଛନ୍ତି।”