ପଶ୍ଚିମ ଓଡ଼ିଶାର କେନ୍ଦୁପତ୍ର ଋତୁକାଳୀନ କର୍ମଚାରୀମାନଙ୍କ ପାଇଁ ବର୍ଷପୂରା ରୋଜଗାର ଦାବି ଜୋରଦାର ହୋଇଛି। ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାମରେ ଦାବିପତ୍ର ଦାଖଲକରିବା କୁ ଆଜି ଅପରାହ୍ନ ୨ଟା ସମୟରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାବିପତ୍ରରେ କେନ୍ଦୁପତ୍ର ପ୍ରକ୍ରିୟାକରଣ ଓ ସହାୟକ ବନ ଆଧାରିତ କାର୍ଯ୍ୟ ମାଧ୍ୟମରେ ୧୨ ମାସର ନିୟମିତ କାମ ଯୋଗାଣ ଦାବି କରାଯାଇଛି। କର୍ମଚାରୀମାନେ କହିଛନ୍ତି, କେବଳ କିଛି ମାସର କାମ ଯୋଗୁଁ ସେମାନଙ୍କ ପରିବାର ଆର୍ଥିକ ଅନିଶ୍ଚିତତା ଓ ଦାଦନ ଯିବା କୁ ବାଧ୍ୟ ହେଉଛନ୍ତି। ସରକାର ଶ