ରେଢାଖୋଲ: ବେତଗଡ ଛକ ନିକଟରେ କଣ୍ଟେନର କୁ ପଛରୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର
ବେତଗଡ ଛକ ନିକଟରେ କଣ୍ଟେନର କୁ ପଛରୁ ଧକ୍କା ଦେଲା ବାଇକ ଜଣେ ଗୁରୁତର l ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଲୁହାପଙ୍କ ନିକଟ ବେତଗଡ ଛକ ନିକଟରେ ମଙ୍ଗଳବାର ସଂଧ୍ୟାରେ ଏକ କଣ୍ଟେନର କୁ ପଛ ପଟରୁ ଏକ ବାଇକ ଧକ୍କା ଦେଇଛି । ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ହେଲେ ବିରେନ ବେହେରା । ସୂଚନାଯୋଗ୍ୟ ଯେ ବେତଗଡ ଛକ ନିକଟ ରାସ୍ତା କଡ଼ରେ ଏକ କଣ୍ଟେନର ଗାଡ଼ି ଛିଡ଼ା ହୋଇଥିବା ବେଳେ ବାଇକ ଟି ଦ୍ରୁତ ଗତିରେ ଆସି କଣ୍ଟେନର ର ପଛ ପାଖରେ ଧକ୍କା ହୋଇଥିଲା ।ଫଳରେ ବାଇକ ଚାଳକ ଗୁରୁତର ହୋଇଥିଲେ ।