ଜୟପୁର: ରାଜ ଉଆସରେ ରାଣୀ ମାନଙ୍କୁ ଦଶହରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କଲେ ଜୟପୁର ବିଧାୟକ
ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ରବିବାର ଷୋଡଷ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ରାଜ ପରିବାର ସହ ଜୟପୁର ଦଶହରା ସମ୍ପର୍କରହିଛି । ଏନେଇ ଆଜି ସଂନ୍ଧ୍ୟା 6ଟା 30 ମିନିଟ ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ରାଜ ଉଆସକୁ ଯାଇ ଦଶହରାରେ ସାମିଲ ହେବା ପାଇଁ ରାଣି ସାରିକା ଦେବିଙ୍କୁ ନିମନ୍ତ୍ରଣ କରିଥିଲେ । ରବଣପୋଡି ରେ ସାମିଲ ହେବା ପାଇ ପ୍ରତିଶ୍ରୃତି ଦେଇଥିଲେ ।