ସୋର: ଶିଙ୍ଗାଖୁଣ୍ଟା ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଗୁଡପୋଚ ନଷ୍ଟ ସହ ଦେଶୀମଦ ଏବଂ ବିୟର ଜବତ, ୨ ଗିରଫ
Soro, Balasore | Sep 28, 2025 ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶୀମଦ ଏବଂ ବିୟର ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ଶିଙ୍ଗାଖୁଣ୍ଟା ଜଙ୍ଗଲରେ ଗଢି ଉଠିଥିବା ଦେଶୀମଦ କାରଖାନା ଉପରେ ଚଢ଼ାଉ କରି ୩୨ ଶହ ଲିଟର ଗୁଡପୋଚ ନଷ୍ଟ କରିବା ସହିତ ୨୫୦ ଲିଟର ଦେଶୀମଦ ଜବତ କରିଥିଲେ।ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେହିପରି ଏହି ଟିମ ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମ ବିଶ୍ୱନାଥ ସିଂ ନିକଟରୁ ୪୫ ଲିଟର ଦେଶୀମଦ ଜବତ କରିଥିଲେ।