ବଲାଙ୍ଗିର ତୁଳସୀନଗର ଅଞ୍ଚଳରେ ସାପ କାମୁଡା ଘଟଣାରେ ସ୍ଥାନୀୟ ଯୁବକ ସମ୍ବିତ ପାଣିଗ୍ରାହୀ ଆହତ ହୋଇଛନ୍ତି। ଘଟଣା ପରେ ପରିବାରବାସୀଙ୍କ ଦ୍ୱାରା ତାଙ୍କୁ ତତ୍କ୍ଷଣାତ୍ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ଥିବା ସୂଚନା ମିଳିଛି। ଏପରି ଘଟଣାରୁ ସତର୍କ ହେବାକୁ ସ୍ଥାନୀୟ ଲୋକଙ୍କୁ ବିଶେଷ ଅନୁରୋଧ କରାଯାଇଛି