ତିର୍ତ୍ତୋଲ: ରସୁଲପୁର ଠାରେ ଅନୁଷ୍ଠିତ ଇଦ୍ ମିଲନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦାନ କଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ
ତିର୍ତ୍ତୋଲ ବ୍ଲକ ରସୁଲପୁର ଠାରେ ରବିବାର ଇଦ୍ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ରୟାଲ କ୍ଲବ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଅଶ୍ବିନୀ କୁମାର ଦାସ ସଭାପତିତ୍ବ କରିଥିଲେ। ଏଥିରେ ଜଗତସିଂହପୁର ଡିଆରଡିଏ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସୁନିଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ।