ତାଳଚେର ସଦର: ତାଳଚେରରେ ବରିଷ୍ଠ ନାଗରିକ ଦିବସ ପାଳିତ
ତାଳଚେର ବ୍ଲକ ସଭାଗୃହ ଠାରେ ବ୍ଲକ ଓ ମୁନିସିପାଲିଟି ମିଳତ ସହଯୋଗରେ ଶନିବାର ସକାଳ ୮ ଘଟିକା ସମୟରେ ବରିଷ୍ଠ ନାଗରିକ ଦିବସ ପାଳନ କରିଥିଲେ। ଏହି ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଯଥା - ଯୋଗ, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପୂର୍ବରୁ ହୋଇଥିବା ରଚନା ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।