ବଲାଙ୍ଗୀର: ଆର ଏନ ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ତୃତୀୟ ରାଜ୍ୟସ୍ତରୀୟ ଲନ ବଲ ପ୍ରତିଯୋଗିତା ୨୦୨୫-୨୬ ଶୁଭ ଉଦଘାଟନ
ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗୀର ସହରର ଆର୍ ଏନ୍ ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ନୂତନ ଲନ ବଲ କୋର୍ଟରେ ତୃତୀୟ ରାଜ୍ୟସ୍ତରୀୟ ଲନ ବଲ ପ୍ରତିଯୋଗିତା ୨୦୨୫-୨୬ ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରରାଶର ବାଗ ଯୋଗଦାନ କରି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। ଅତିଥିମାନେ ଖେଳାଳି ଓ ଆୟୋଜକ କମିଟି ସଦସ୍ୟମାନଙ୍କୁ ଉତ୍ସାହିତ କରି ରାଜ୍ୟରେ କ୍ରୀଡା ପ୍ରତିଭା ବିକାଶ ଦିଗରେ ଏପରି ପ୍ରତିଯୋଗିତା ଗୁରୁତ୍ୱ