ଆଜି ବଲାଙ୍ଗୀରରେ ହ୍ୟୁମାନ ସାଗର ଙ୍କ ମୃତ୍ୟୁକୁ ନେଇ ଆମ ଆଦମୀ ପାର୍ଟି ର ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସଭାପତି କହିଛନ୍ତି—ଏହି ମୃତ୍ୟୁକାଣ୍ଡ ଉପରେ ସଂପୂର୍ଣ୍ଣ ନିଷ୍ପକ୍ଷ ତଦନ୍ତ ଦରକାର। ସେ କହିଛନ୍ତି, ହ୍ୟୁମାନ ସାଗର ଙ୍କ ମୃତ୍ୟୁ ପଛରେ କେହି ଦୋଷୀ ଥାଇଥିଲେ, ତାଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟ ହେବା ଉଚିତ। ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମ ଆଦମୀ ପାର୍ଟି ଯାନ୍ଚା ଚାପ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।