ପଦ୍ମପୁର: ନିଜ ବାସଭବନ ପାଇକମାଲ ରେ ଲୋକଙ୍କ ସମସ୍ୟା ବୁଝିଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ଆଜି ମଙ୍ଗଳବାର ସକାଳ ୧୦ଟା ୩୦ ମିନିଟ ସମୟ ପାଖା ପାଖିରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବାସ ଭବନରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ। ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଗ୍ରାମରୁ ଆସି ଲୋକେ ନିଜ ନିଜ ସମସ୍ୟା ଜଣାଇବା ସହ ପବିତ୍ର କାଳୀପୂଜା ଓ ଦୀପାବଳି ର ଶୁଭେଚ୍ଛା ବରଗଡ ସାଂସଦ ଙ୍କୁ ଜଣେଇଥିଲେ। ଶ୍ରୀ ପୁରୋହିତ ଲୋକଙ୍କ ସମସ୍ୟା ଶୁଣିବା ସହ ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।