ଲୋଇସିଂହା, ବଲାଙ୍ଗୀର – ଲୋଇସିଂହା କଲେଜ ପଡ଼ିଆଠାରେ ଆଜି ‘ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା–୨୦୨୫’ ସଫଳଭାବେ ଆୟୋଜିତ ହେଲା। ମେଳାରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପଶୁପାଳକଙ୍କ ବ୍ୟାପକ ଅଂଶଗ୍ରହଣ ଦେଖାଗଲା। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ବିଭିନ୍ନ ସହାୟତା ପ୍ରଦାନ କରାଯାଇ ତାଙ୍କୁ ଆତ୍ମନିର୍ଭର ହେବାରେ ଉତ୍ସାହିତ କରାଗଲା। ବିଶେଷ କରି ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ସକ୍ରିୟ ମାତୃଶକ୍ତିଙ୍କୁ ମେଳାମଞ୍ଚରେ ସମ୍ମାନିତ କରାଯାଇ ସେମାନଙ୍କ ପ୍ରୟାସକୁ ପ୍ରଶଂସା ଜଣାଗଲା।