ଧର୍ମଗଡ: ସର୍ପାଘାତରେ ଜଣେ ଯୁବକ ମୃତ, ଧର୍ମଗଡ ଥାନାରେ ଏତଲା
ଧର୍ମଗଡ ଥାନା ସାଗୁନଭାଡ଼ି ଗାଁରେ ସର୍ପାଘାତରେ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଉକ୍ତ ଗାଁର ଭବେନ୍ଦ୍ର ନାଏକ। ସେ ଗତକାଲି ଅପରାହ୍ନ ୨ ଟାରେ ନିଜ ଗାଁ ସ୍ଥିତ ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା।ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ ଥାନାରେ ଏତଲା ଦେଲା ପରେ ପୋଲିସ ଶବ ବ୍ୟବଚ୍ଛେଦ କରିଛି।