ଢେଙ୍କାନାଳ ସଦର: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ହିଟୱେଭ ନେଇ ରେଡ ୱାର୍ଣ୍ଣିଂ ଜାରି
ଢେଙ୍କାନାଳ ଜିଲ୍ଲାକୁ ହିଟୱେଭ ନେଇ ରେଡ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏ ନେଇ ଆଜି ଅପରାହ୍ନରେ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି। ଢେଙ୍କାନାଳ ଜିଲ୍ଲାରେ ଆଜି ତାପମାତ୍ରା ୪୩ ଡିଗ୍ରୀରୁ ଉର୍ଦ୍ଧ୍ବ ରହିଛି ଓ ଏହା ଆଗାମୀ ଦିନରେ ଆହୁରି ବଢିବାର ସମ୍ଭାବନା ରହିଛି। ତେବେ ଅସହ୍ୟ ଖରା ପାଇଁ ଦିନବେଳା ସହର ଶୂନଶାନ ରହିଥିବା ବେଳେ କୌଣସି କାମ ନଥିଲେ ଲୋକେ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।