ଜୟପୁର: ଜୟପୁର ସହରର କଣ୍ଠଶିଳ୍ପୀ ଏଚ. ବଚନଙ୍କ ଜମୁନାଗୁଡା ସ୍ଥିତ ବାସଭବନରେ ପରଲୋକ
ଦେଶିଆ ଗୀତକୁ ଭଲପାଉଥିବା ତଥା ରାଜ୍ୟ ସ୍ତରରେ ଦେଶିଆ ଗୀତକୁ ପହଁଚାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ଜୟପୁର ସହରର କଣ୍ଠଶିଳ୍ପୀ ଏଚ. ବଚନଙ୍କ ଆଜି ସନ୍ଧ୍ୟା 7ଟା 30 ମିନିଟ ସମୟରେ ଜମୁନାଗୁଡା ସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କ କଣ୍ଠରେ ଗାଇଥିବା ଲୋକପ୍ରିୟ ଦେଶିଆ ଗୀତ ନୂଆସାହି କି ଜାମବାଡ ସାହି, କାଲିଆ ମଇଷି, ଉଦିଆ ଜନପରା ଗୀତର ଗାୟକ ତଥା ଲେଖକ ସଙ୍ଗୀତଗ୍ୟ ଏବ˚ ବିଶିଷ୍ଠ କଣ୍ଠଶିଳ୍ପୀ ଏଚ. ବଚନଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜୟପୁର ଜିଲ୍ଲାଚିକିତ୍ସାଳୟକୁ ନିଆଯାଇଥିଲା।