ରାଇରଙ୍ଗପୁର ଉପଖଣ୍ଡରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସ୍ଥାନୀୟ ଜନସାଧାରଣଙ୍କ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି। ବୁଧବାର ମଧ୍ୟ ରାତିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ଛୁଇଁଥିଲା। ତେବେ ଗୁରୁବାର ସକାଳ ପ୍ରାୟ ୮ ଟା ଯାଏଁ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହୋଇଛି। ଫଳରେ ଯାନବାହାନ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି।