ବାମରା ବ୍ଲକ ଅନ୍ତର୍ଗତ ଭଗପଡ଼ା ଠାରେ ଭୂତଳ ରାସ୍ତା ନିର୍ମାଣ ପାଇଁ ରେଳବାଇ ପକ୍ଷରୁ ସର୍ଭେ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡ଼ିଭିଜନ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ବାମରା ରେଳ ଷ୍ଟେସନ ମଝିରେ ଭଗପଡ଼ା ଫାଟକ, ବହୁ ସମୟ ଧରି ବନ୍ଦ ରହୁଥିବାରୁ ଭଗପଡ଼ା ଗ୍ରାମବାସୀ ସମେତ ଅଞ୍ଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏକ ଭୁତଳ ରାସ୍ତା ନିର୍ମାଣ ପାଇଁ ରେଳବାଇ ତରଫରୁ ପୁନଃ ସର୍ଭେ କାମ ଅନୁଷ୍ଠିତ ହୋଇ ଯାଇଛି।