ଉଦଳା: କଅଁରପାଳ ଗାଁ ରୁ ୮ ଫୁଟ ଲମ୍ବର ବିରାଟକାୟ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡିଲା ବନବିଭାଗ
ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅନ୍ତର୍ଗତ କଅଁରପାଳ ଗାଁ ରୁ ସାପ ଉଦ୍ଧାରକାରି ଦଳ ବୁଧବାର ଦିନ ଏକ ପ୍ଲାଷ୍ଟିକ ଜାଲରେ ଛନ୍ଦି ହୋଇ ପଡିଥିବା ୮ଫୁଟ ଲମ୍ବର ଅଜଗର କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ସାପ ଟିକୁ ଉଦ୍ଧାର ପରେ ଉଦଳା ବନ ବିଭାଗକୁ ଉଦ୍ଧାରକାରି ଦଳ ହସ୍ତାନ୍ତର କରିଥିବା ନେଇ ଜଣାପଡିଛି।