ଲାଞ୍ଜିଗଡ: ଅମ୍ବାଦୋଲା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଚାପାରେ ଗଲା ଜୀବନ।
ଅମ୍ବାଦୋଲା ରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଚାପାରେ ଗଲା ଜୀବନ। ଅମ୍ବାଦୋଲା ଠାରେ ସୋମବାର ଅପରାହ୍ନ ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି।ସୁଚନା ଅନୁସାରେ ଜଣେ ବ୍ୟକ୍ତି ଜାଳେଣୀ କାଠ ନେଇ ଅମ୍ବାଦୋଲା କୁ ଯିବା ସମୟରେ ଏକ ଟ୍ରକ ଧକ୍କା ଦେଇଥିଲା। ଯାହାଫଳରେ ସାଇକେଲ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମୃତକଙ୍କ କ୍ଷତି ପୁରଣ ଦାବି ନେଇ ଉତ୍ତେଜନା ହେଉଥିବା ସୁଚନା।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା, ସୁଚନା।